ମଧୁମେହ ଟାଇପ ୨

ଉଇକିପିଡ଼ିଆ‌ରୁ
Jump to navigation Jump to search
ମଧୁମେହ ଟାଇପ ୨
noninsulin-dependent diabetes mellitus (NIDDM), adult-onset diabetes[୧]
Blue circle for diabetes.svg
ଡାଏବେଟିସର ସାର୍ବଜନୀନ ନୀଳ ବୃତ୍ତ ଚିହ୍ନ ।[୨]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E11.
ଆଇସିଡ଼ି-୯-ସିଏମ୍250.00, 250.02
ଓଏମ୍‌ଆଇଏମ୍125853
ରୋଗ ଡାଟାବେସ3661
ମେଡ଼ିସିନ-ପ୍ଲସ000313
ଇ-ମେଡ଼ିସିନarticle/117853
MeSHD003924

ମଧୁମେହ ଟାଇପ ୨ (ଇଂରାଜୀ ଭାଷାରେ Diabetes mellitus type 2) ଏକ ଦୀର୍ଘକାଳୀନ ଚୟାପଚୟ ବେମାରୀ (metabolic disorder) ଯେଉଁଥିରେ ଅଧିକ ରକ୍ତ ଶର୍କରା, ଇନସୁଲିନ ପ୍ରତିରୋଧ ଓ ଆପେକ୍ଷିକ ଇନସୁଲିନ ଅଭାବ ଦେଖାଯାଏ ।[୩] ଏହାର ସାଧାରଣ ଲକ୍ଷଣ ମଧ୍ୟରେ ଅଧିକ ଶୋଷ, ଅଧିକ ପରିସ୍ରା ଓ ଅକାରଣ ଓଜନ ହ୍ରାସ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଅଧିକ ଭୋକ, ଥକ୍କା ଲାଗିବା ଓ ଶୁଖୁ ନ ଥିବା ଘାଆ ଦେଖାଯାଏ ।[୪] ଲକ୍ଷଣ ଗୁଡ଼ିକ ଧୀରେ ଧୀରେ ପ୍ରକାଶ ପାଏ ।[୩] ଦୀର୍ଘକାଳୀନ ଅଧିକ ରକ୍ତ ଶର୍କରା ଥିବା କାରଣରୁ ହୃଦ୍‌ରୋଗ, ସ୍ଟ୍ରୋକ, ଡାଏବେଟିକ ରେଟିନୋପାଥି ଯୋଗୁ ଅନ୍ଧତ୍ୱ, ବୃକ୍‌କ ଫେଲ ଓ ସ୍ୱଳ୍ପ ରକ୍ତ ସଞ୍ଚାଳନ ହେବା ଯୋଗୁ ଅବୟବ ଆମ୍ପୁଟେସନ କରିବାକୁ ପଡ଼େ ।[୧] ହଠାତ୍ ହାଇପରମୋଲାର ହାଇପରଗ୍ଲାଇସେମିକ ଷ୍ଟେଟ ଆରମ୍ଭ ହୋଇପାରେ, କିନ୍ତୁ ଡାଏବେଟିକ କିଟୋଏସିଡୋସିସ କ୍ୱଚିତ ହୁଏ ।[୫][୬]

ସାଧାରଣତଃ ଜେନେଟିକ ସମ୍ବେଦନଶୀଳ ଥିବା ଓ ବ୍ୟାୟାମ ନ କରୁଥିବା ମୋଟା ଲୋକଙ୍କୁ ଟାଇପ ୨ ମଧୁମେହ ରୋଗ ହୁଏ ।[୧][୩] ସମୁଦାୟ ମଧୁମେହ ରୋଗୀଙ୍କ ମଧ୍ୟରୁ ୯୦% ଏହି ଧରଣର ରୋଗୀ ଓ ବାକି ୧୦% ପ୍ରାଥମିକ ଡାଏବେଟିସ ଟାଇପ ୧ଗର୍ଭ ଡାଏବେଟିସ ଧରଣର ରୋଗୀ ।[୧] ଡାଏବେଟିସ ମେଲିଟସ ଟାଇପ ୧ ରୋଗୀଙ୍କର ଅଗ୍ନାଶୟରେ ଥିବା ଆଇଲେଟ ଅଫ ଲାଙ୍ଗରହାନସ୍ ତୄଟି ଯୋଗୁ ଇନସୁଲିନ କ୍ଷରଣର ଘୋର ଅଭାବ ଥାଏ ।[୭] ଏହି ରୋଗ ନିର୍ଣ୍ଣୟ ନିମନ୍ତେ ଫାସ୍ଟିଙ୍ଗ ପ୍ଲାଜମା ଗ୍ଲୁକୋଜ, ଓରାଲ ଗ୍ଲୁକୋଜ ଟୋଲେରାନ୍ସ ଟେଷ୍ଟ ବା ଗ୍ଲାଇକେଟେଡ ହେମୋଗ୍ଲୋବିନ ଏ୧ସି ରକ୍ତ ପରୀକ୍ଷା କରାଯାଏ ।[୪]

ସାଧାରଣ ଓଜନ, ନିୟମିତ ବ୍ୟାୟାମ ଓ ଉପ‌ଯୁକ୍ତ ଖାଦ୍ୟ ସାହାଯ୍ୟରେ ଡାଏବେଟିସ ଟାଇପ ୨ ପ୍ରତିରୋଧ କରିହୁଏ । ଡାଏବେଟିକ ଖାଦ୍ୟ ଓ ବ୍ୟାୟାମ ହିଁ ଏହାର ଚିକିତ୍ସା ।[୧] ରକ୍ତ ଶର୍କରା ନ କମିଲେ ମେଟଫର୍ମିନ ଔଷଧ ଦିଆଯାଏ ।[୮] ଅନେକ ରୋଗୀ ଇନସୁଲିନ ଇଞ୍ଜେକସନ ଆବଶ୍ୟକ କରନ୍ତି ।[୯] ଇନସୁଲିନ ଇଞ୍ଜେକସନ ନେଉଥିବା ଲୋକଙ୍କର ରୁଟିନ ରକ୍ତ ଶର୍କରା ଚେକଅପ୍ ଆବଶ୍ୟକ ହୁଏ କିନ୍ତୁ ବଟିକା ଖାଉଥିବା ଲୋକଙ୍କର ଆବଶ୍ୟକ ହୁଏନି ।[୧୦] ମୋଟା ଲୋକଙ୍କର ବାରିଆଟ୍ରିକ ଅପରେଶନଦ୍ୱାରା ରୋଗରେ ଉନ୍ନତି ହୁଏ ।[୧୧][୧୨]

ସନ ୧୯୬୦ ପରଠାରୁ ଡାଏବେଟିସ ୨ ଟାଇପ ରୋଗ ହାର ମୋଟାପଣ ହାର ସ‌ହିତ ସମାନ୍ତରାଳ ଭାବରେ ବଢ଼ିଚାଲିଛି ।[୧୩] ସନ ୧୯୮୫ରେ ୩୬୫ ନିୟୁତ ରୋଗୀ ଥିବା ବେଳେ ସନ ୨୦୧୩ରେ ଏହି ସଂଖ୍ୟା ବଢ଼ି ୩୬୫ ନିୟୁତ ହୋଇଛି ।[୧୪][୧୫] ମଧ୍ୟ ବୟସ ବା ବାର୍ଦ୍ଧକ୍ୟରେ ଏହି ରୋଗ ଆରମ୍ଭ ହୁଏ ।[୩] ଏହି ରୋଗ ଯୋଗୁ ୧୦ ବର୍ଷ ଆୟୁଷ କମିଯାଏ ।[୧୬] ବର୍ଣ୍ଣନା କରାଯାଇଥିବା ପ୍ରଥମ ରୋଗୀଙ୍କ ମଧ୍ୟରୁ ଡାଏବେଟିସ ଗୋଟିସ ।[୧୭] ଡାଏବେଟିସ ରୋଗରେ ଇନସୁଲିନର ଗୁରୁତ୍ୱ ସନ ୧୯୨୦ରେ ଅବଧାରଣ କରାଯାଇଥିଲା । [୧୮]

ଆଧାର[ଉତ୍ସ ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Diabetes Fact sheet N°312". WHO. January 2015. Retrieved 10 February 2016.
  2. "Diabetes Blue Circle Symbol". International Diabetes Federation. 17 March 2006.
  3. ୩.୦ ୩.୧ ୩.୨ ୩.୩ "Causes of Diabetes". National Institute of Diabetes and Digestive and Kidney Diseases. June 2014. Retrieved 10 February 2016.
  4. ୪.୦ ୪.୧ "Diagnosis of Diabetes and Prediabetes". National Institute of Diabetes and Digestive and Kidney Diseases. June 2014. Retrieved 10 February 2016.
  5. Pasquel, FJ; Umpierrez, GE (November 2014). "Hyperosmolar hyperglycemic state: a historic review of the clinical presentation, diagnosis, and treatment". Diabetes Care. 37 (11): 3124–31. doi:10.2337/dc14-0984. PMC 4207202. PMID 25342831.
  6. Fasanmade, OA; Odeniyi, IA; Ogbera, AO (June 2008). "Diabetic ketoacidosis: diagnosis and management". African journal of medicine and medical sciences. 37 (2): 99–105. PMID 18939392.
  7. Shoback, edited by David G. Gardner, Dolores (2011). Greenspan's basic & clinical endocrinology (9th ed.). New York: McGraw-Hill Medical. pp. Chapter 17. ISBN 0-07-162243-8.CS1 maint: extra text: authors list (link)
  8. Saenz, A; Fernandez-Esteban, I; Mataix, A; Ausejo, M; Roque, M; Moher, D (20 July 2005). "Metformin monotherapy for type 2 diabetes mellitus". The Cochrane database of systematic reviews (3): CD002966. doi:10.1002/14651858.CD002966.pub3. PMID 16034881.
  9. Krentz, AJ; Bailey, CJ (2005). "Oral antidiabetic agents: current role in type 2 diabetes mellitus". Drugs. 65 (3): 385–411. doi:10.2165/00003495-200565030-00005. PMID 15669880.
  10. Malanda, UL; Welschen, LM; Riphagen, II; Dekker, JM; Nijpels, G; Bot, SD (18 January 2012). "Self-monitoring of blood glucose in patients with type 2 diabetes mellitus who are not using insulin". The Cochrane database of systematic reviews. 1: CD005060. doi:10.1002/14651858.CD005060.pub3. PMID 22258959.
  11. Cetinkunar, S; Erdem, H; Aktimur, R; Sozen, S (16 June 2015). "Effect of bariatric surgery on humoral control of metabolic derangements in obese patients with type 2 diabetes mellitus: How it works". World journal of clinical cases. 3 (6): 504–9. doi:10.12998/wjcc.v3.i6.504. PMC 4468896. PMID 26090370.
  12. Ganguly, S; Tan, HC; Lee, PC; Tham, KW (April 2015). "Metabolic bariatric surgery and type 2 diabetes mellitus: an endocrinologist's perspective". Journal of biomedical research. 29 (2): 105–11. doi:10.7555/JBR.29.20140127. PMC 4389109. PMID 25859264.
  13. Lewenson, [edited by] Marie Truglio-Londrigan, Sandra B. (2013). Public health nursing : practicing population-based care (2nd ed.). Burlington, Mass.: Jones & Bartlett Learning. p. 317. ISBN 9781449646608.CS1 maint: extra text: authors list (link)
  14. Smyth, S; Heron, A (January 2006). "Diabetes and obesity: the twin epidemics". Nature Medicine. 12 (1): 75–80. doi:10.1038/nm0106-75. PMID 16397575.
  15. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. doi:10.1016/S0140-6736(15)60692-4. PMID 26063472.
  16. Williams textbook of endocrinology (12th ed.). Philadelphia: Elsevier/Saunders. pp. 1371–1435. ISBN 978-1-4377-0324-5.
  17. Ripoll, Brian C. Leutholtz, Ignacio (2011-04-25). Exercise and disease management (2nd ed.). Boca Raton: CRC Press. p. 25. ISBN 978-1-4398-2759-8.
  18. Zaccardi, F; Webb, DR; Yates, T; Davies, MJ (February 2016). "Pathophysiology of type 1 and type 2 diabetes mellitus: a 90-year perspective". Postgraduate Medical Journal. 92 (1084): 63–9. doi:10.1136/postgradmedj-2015-133281. PMID 26621825.